ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ଇଣ୍ଡିଆ ଗେଟ ନିକଟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାପରେ ସେ ମୂର୍ତ୍ତି ନିକଟରେ ପୁଷ୍ପାଞ୍ଜଳି ଦେଇଛନ୍ତି । ସୁଭାଷ ବୋଷଙ୍କ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ ରହିଛି । ଏହାର ଓଜନ ୬୫ ମେଟ୍ରିକ ଟନ ଥିବ ବେଳେ ଏହା ଗୋଟିଏ ଗ୍ରାନାଇଟ ପଥରରେ ତିଆରି ହୋଇଛି । ଏଠାରେ ପୂର୍ବରୁ ସୁଭାଷ ବୋଷଙ୍କ ହଲୋଗ୍ରାମ ମୂ୍‌ର୍ତ୍ତି ଲାଗିଥିଲା ।

Related Articles

Back to top button