ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନର ଦ୍ୱାଦଶ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନର ଦ୍ୱାଦଶ କିସ୍ତି ହସ୍ତାନ୍ତର କରାଯାଇଛି । ଦୀପାବଳି ପୂର୍ବରୁ ସାରା ଦେଶର ୧୨ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ସୋମବାର ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ସମୟରେ ପିଏମ କିଷାନ ଯୋଜନା ଅଧିନରେ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପିଏମ କିଷାନ ପୋର୍ଟାଲରେ ପ୍ରାୟ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜିକୃତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାରର ଅଷ୍ଟମ ବର୍ଷପୂର୍ତ୍ତି ଅବସରରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ କୃଷକ ସମ୍ମାନ ନିଧିର ୧୦ମ କିସ୍ତି ରୂପେ ୨୧,୦୦୦ କୋଟି ଜାରି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପିଏମ-କିଷାନ ଯୋଜନାରେ ସରକାର ପ୍ରତି ବର୍ଷ ଆର୍ଥିକ ରୂପେ ଦୁର୍ବଳ ଚାଷୀଙ୍କୁ ବର୍ଷକୁ ଦୁଇ ହଜାର ଲେଖାଏଁ ତିନୋଟି କିସ୍ତିରେ ୬୦୦୦ ଟଙ୍କାର ସହାୟତା ଯୋଗାଇଥାନ୍ତି । ସରକାରୀ ପରିସଂଖ୍ୟାନ ଅନୁସାରେ ପିଏମ-କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟ୍ରାନ୍ସଫର କରାଯାଇଛି।

Related Articles

Back to top button