ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧିର ୧୯ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ

ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ସୋମବାର ଦିନ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧିର ୧୯ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। କେନ୍ଦ୍ର ସରକାର ଏହି କିସ୍ତି ପାଇଁ ପ୍ରାୟ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି ।ସେହିପରି ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୪୭ ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କୃଷି ସଚିବ ପାଢ଼ୀ । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କୃଷି ବିଭାଗ ପକ୍ଷରୁ ଚାଷିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ ଗତ ଥର ଅପେକ୍ଷା ଏଥର ପ୍ରାୟ ୩ ଲକ୍ଷ ୪୩ ହଜାର ୪୪୭ ଚାଷୀଙ୍କ ସଂଖ୍ୟା ବୃଦ୍ଧି କରିଥିବା ନେଇ ସୂଚନା ରହିଛି ।ତେବେ ଯେଉଁ ମାନେ ବର୍ତ୍ତମାନ କିସ୍ତି ପାଇବାରୁ ବଞ୍ଚିତ ରହିଛନ୍ତି ସେମାନେ ପୋର୍ଟାଲରେ ଆବେଦନ କରି ପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ।

Related Articles

Back to top button