ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ ନିଜ ସ୍ୱାଧୀନତାର ହୀରକ ଜୟନ୍ତୀ ପାଳନ କରୁଛି । ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ସମାରୋହରେ ମୁଖ୍ୟ ଅତିଥି କରିଛି । ଏହା ଭାରତ ଓ ମାଳଦ୍ୱୀପ ସଂପର୍କରେ ନୂତନ ଧାରାର ସଙ୍କେତ ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମାଳଦ୍ୱୀପବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜର ଏକ୍ସ ଆକାଉଣ୍ଟରେ ନିଜ ସନ୍ଦେଶରେ ଲେଖିଛନ୍ତି, ମାଳଦ୍ୱୀପର ସ୍ୱାଧୀନତାର ହୀରକ ଜୟନ୍ତୀ(ଡାଇମଣ୍ଡ ଜୁବଲି) ସମାରୋହରେ ସେଠାକାର ସରକାର ଓ ଜନତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଆଜି ମାଳଦ୍ୱୀପର ରାଜଧାନୀରେ ସ୍ୱାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାମିଲ ହେବାର ସୌଭାଗ୍ୟ ମିଳିଲା । ଆମେ ଭାରତ-ମାଳଦ୍ୱୀପ ମଧ୍ୟରେ ୬୦ ବର୍ଷର କୂଟନୈତିକ ସମ୍ବନ୍ଧର ଉତ୍ସବ ପାଳନ କରୁଛେ । ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ପାଇଁ ନିଜର ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ ଅଛୁ ।

ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପର ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଦୁଇ ଦେଶ ଦ୍ୱିପାକ୍ଷିକ ସମ୍ବନ୍ଧକୁ ମଜବୁତ କରିବା ଓ ପାରସ୍ପରିକ ସଂପର୍କକୁ ଅଧିକ ମଜବୁତ କରିବା ଉପରେ ଆଲୋଚନା ହୋଇଛି ।ପିଏମ ମୋଦୀ ଏକ୍ସରେ ଲେଖିଛନ୍ତି, ମାଳଦ୍ୱୀପର ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫଙ୍କ ସହ ଏକ ବହୁତ ସକରାତ୍ମକ ଓ ଉପଯୋଗୀ ସାକ୍ଷାତ ହୋଇଛି । ଆମର ଆଲୋଚନା ଭାରତ-ମାଳଦ୍ୱୀପ ମିତ୍ରତାର ପ୍ରମୁଖ ସ୍ତମ୍ଭ ଉପରେ କେନ୍ଦ୍ରିତ ରହିଛି । ଦୁଇ ଦେଶ ଆନୁସଙ୍ଗିକ ଭିତ୍ତିଭୂମି, ପ୍ରଦୌଗିକି, ଜଳବାୟୁ ପରିବର୍ତ୍ତନ, ଉର୍ଜା ଓ ଅନ୍ୟ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରୁଛନ୍ତି । ଏହି ସହଯୋଗ ଆମ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ । ଆଗାମୀ ବର୍ଷରେ ଏହି ଭାଗିଦାରୀ ଆହୁରି ମଜବୁତ ହେବ ବୋଲି ଆଶା କରୁଛୁ ।

Related Articles

Back to top button