ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: : ଆଜି ପବିତ୍ର ଘୋଷଯାତ୍ରା। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଅଗଣିତ ଭକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି,ରଥ ଯାତ୍ରାର ବିଶେଷ ଦିନରେ ଶୁଭେଚ୍ଛା। ପ୍ରଭୁ ଜଗନ୍ନାଥଙ୍କ ନିରନ୍ତର ଆଶୀର୍ବାଦ ପାଇଁ ଆମେ ପ୍ରାର୍ଥନା କରୁଛୁ। ଆମେ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ।
ସମ୍ପ୍ରତି ମନ୍‌ କି ବାତ୍‌ ସମୟରେ ମୁଁ ରଥ ଯାତ୍ରା ଏବଂ ଆମ ସଂସ୍କୃତିରେ ଏହି ଯାତ୍ରାର ମହତ୍ତ୍ୱ ବିଷୟରେ ଯାହା କହିଥିଲି ତାହାର ଭିଡିଓ ଶେୟାର କରୁଛି।
ସୂଚନାଯୋଗ୍ୟ, ଚାରିଦିଅଁଙ୍କ ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି। ଏହା ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି। ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢେ ୬ଟାରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା। ପ୍ରଥମେ ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ ହୋଇଛନ୍ତି। ତାଙ୍କ ପରେ ପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା।

 

Related Articles

Back to top button