
ଅଟଳ ବ୍ରିଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟର ଅହମଦାବାଦରେ ସାବରମତୀ ନଦୀ ଉପରେ ପାଦ ଚଲା ଯାତ୍ରୀଙ୍କ ପାଇଁ ଅଟଳ ବ୍ରିଜର ଉଦଘାଟନ କରିଛନ୍ତି । ଗତ ଦୁଇ ଦିନରୁ ଏହି ପୋଲ ନିଜ ବିଶେଷତ୍ୱକୁ ନେଇ ବେଶ ଚର୍ଚ୍ଚାରେ ରହିଛି । ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୬୦୦ ମେଟ୍ରିକ ଟନ ଷ୍ଟିଲ ପାଇପ ବ୍ୟବହାର କରାଯାଇଛି ।
Doesn’t the Atal Bridge look spectacular! pic.twitter.com/6ERwO2N9Wv
— Narendra Modi (@narendramodi) August 26, 2022
ଆକର୍ଷଣୀୟ ଡିଜାଇନ ଏବଂ ଏଲଇଡି ଆଲୋକସଜ୍ଜାରେ ସୁସଜ୍ଜିତ ଏହି ବ୍ରିଜର ଲମ୍ୱା ପ୍ରାୟ ୩୦୦ ମିଟର ଏବଂ ୧୪ ମିଟର ଓସାରିଆ । ପାଦ ଚଲା ଯାତ୍ରୀଙ୍କ ସହ ସାଇକେଲ ଚାଳକ ମଧ୍ୟ ଏହାକୁ ବ୍ୟବହାର କରି ନଦୀ ପାର କରିପାରିବେ ।