ପରମବୀରଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ ସମୂହର ନାମକରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ  କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ ମେମୋରିଆଲ ମଡେଲକୁ ଉଦଘାଟନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏଠିକାର ଦ୍ୱୀପ ସମୂହର ନାମ ପରମବୀରଚକ୍ର ବିଜେତାଙ୍କ ନାମରେ ରଖାଯାଇଛି । ଏହି ବୀରଙ୍କ ମଧ୍ୟରେ ଅଛନ୍ତି ବିକ୍ରମ ବତ୍ରା, ଅବ୍ଦୁଲ ହମୀଦଙ୍କ ପରି ଯୋଦ୍ଧା । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପ୍ରତି ମୁହୂର୍ତ୍ତରେ ନେତାଜୀଙ୍କୁ ମନେ ପକାଉଛି । ଆଣ୍ଡାମାନ ଦ୍ୱୀପ ସମୂହର ନାମକରଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଏହି ଦ୍ୱୀପରେ ଗୁଲାମୀର ଛାପ ରହିଥିଲା । ଏବେ ଏହି ଦ୍ୱୀପର ନାମ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଦ୍ୱାରା ଏହା ପରବର୍ତ୍ତୀ ପୀଢି ପାଇଁ ପ୍ରେରଣାର ଉତ୍ସ ପାଲଟିଯିବ ।

ନେତାଜୀ ଆହୁରି କହିଛନ୍ତି, ନେତାଜୀଙ୍କ ସମ୍ପର୍କିତ ଗୋପନୀୟ ଦସ୍ତାବିଜ ସାର୍ବଜନୀନ କରିବା ପାଇଁ ଦାବି ହୋଇଥିଲା । ଆମେ ଏହା କରିଛୁ । ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହରେ ନେତାଜୀଙ୍କ ସ୍ମାରକ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନା ସଞ୍ଚାର କରିବ । ଅନେକ ଲୋକ ଆମର ସ୍ୱାଧୀନତା ସଂଗ୍ରାମ ଇତିହାସ ବିଷୟରେ ଜାଣିବା ପାଇଁ ଆଣ୍ଡାମାନ ଆସିଥାନ୍ତି ।

Related Articles

Back to top button