ମୋଦୀଙ୍କୁ ମିଳିଲା ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ଗସ୍ତରେ ଥିବା ବେଳେ ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ‘ଅର୍ଡର ଅଫ ଦ ନାଇଲରେ ସମ୍ମାନୀତ କରିଛନ୍ତି । ଏହାସହ ଭାରତ ଓ ମିଶର ମଧ୍ୟରେ ଅନେକ ଚୁକ୍ତି ଉପରେ ସ୍ୱାକ୍ଷରିତ ହୋଇଛି ।

ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଯାତ୍ରା କ୍ରମରେ ମିଶରରେ ପହଂଚିଛନ୍ତି । ଏହି କ୍ରମରେ ସେ କୋହିରାରେ ଥିବା ଅଲ-ହକିମ ମସଜିଦ ପରିଦର୍ଶନ କରିଥିଲେ । ଏହି ଅବସରରେ ମୋଦୀଙ୍କ ସହ ମିଶରର ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମିଶରର କୋହିରା ହେଲିୟୋପୋଲିସ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବା ସହ ବିଶ୍ୱଯୁଦ୍ଧ ବେଳେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏହା ପୂର୍ବରୁ ଭାରତ ଓ ମିଶର ମଧ୍ୟରେ ବ୍ୟବସାୟୀକ ସଂପର୍କ ସଦୃଢ କରିବା ଉର୍ଦ୍ଦେଶ୍ୟରେ ମିଶରର ପ୍ରଧାନମନ୍ତ୍ରୀ ମୁସ୍ତଫା ମେଡବୋଲି ଓ ମନ୍ତ୍ରୀମଣ୍ଡଳର ଶୀର୍ଷ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ୨୬ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ମିଶରକୁ ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା କରିଛନ୍ତି ।

Related Articles

Back to top button