
ଚୀନ ଓ ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଓ ଜାପାନ ଗସ୍ତରେ ଯିବେ । ଜାପାନ ଗସ୍ତ ଦ୍ବିପାକ୍ଷିକ ସଂପର୍କକୁ ମଜବୁତ କରିବା ମୁଖ୍ୟ ଉଦ୍ଦେଶ୍ୟ । ୭ ବର୍ଷ ପରେ ଚୀନ ଯିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଚୀନରେ ଶିଖର ସମ୍ମେଳନ ବୈଠକରେ ସାମିଲ ହେବେ ।ପ୍ରଧାନମନ୍ତ୍ରୀ ମୋଦି ୩୦ ଅଗଷ୍ଟରେ ଜାପାନ ଗସ୍ତ କରିବେ । ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶଦା ସହିତ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମେଳନରେ ଭାଗ ନେବେ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, ଆର୍ଥିକ ଏବଂ ଟେକ୍ନିକାଲ ସଂପର୍କକୁ ଆଗକୁ ବଢାଇବା ପାଇଁ ଚର୍ଚ୍ଚା ହେବ ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦି ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଶିଖର ସମ୍ମେଳନରେ ଯୋଗ ଦେବେ । ୨୦୧୯ ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଚୀନ ଯାତ୍ରା କରିବେ । ଶିଖର ସମ୍ମେଳନରେ ସୁରକ୍ଷା, ଆତଙ୍କବାଦ, ବ୍ୟାପାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ବାଣିଜ୍ୟ, ରାଷ୍ଟ୍ରୀୟ ସୀମା ଏବଂ ଦେଶ ସୁରକ୍ଷା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଏସସିଓ ମେମ୍ବରମାନେ ଆଲୋଚନା କରିବେ । ଏଭଳିସ୍ଥିତିରେ ମୋଦିଙ୍କ ଚାଇନା ଗସ୍ତ ଲୋକଙ୍କ ମନରେ ଅନେକ ଆଶା, ଆଶଙ୍କା ସୃଷ୍ଟି କରୁଛି । ୨୦୨୪ରେ କାଜାନଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ।