ଆସନ୍ତାକାଲି ଜାଗ୍ରେବ୍‍ ରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବର୍ଦ୍ଧିତ ଭାରତୀୟ ପ୍ରବାସୀଙ୍କ ପାଇଁ କ୍ରୋଏସିଆ ଏକ ନୂତନ କେନ୍ଦ୍ର ଭାବେ ଉଭା ହୋଇଛି । ଏହି କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶରେ ଭାରତୀୟ ସଂପ୍ରଦାୟ ସଂଖ୍ୟାରେ କମ୍‍ ହୋଇଥିଲେ ମଧ୍ୟ ସେମାନଙ୍କର ଶକ୍ତିଶାଳୀ ସାଂସ୍କୃତିକ ଉପସ୍ଥିତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କ୍ରୋଏସିଆର ରାଜଧାନୀ ଜାଗ୍ରେବ୍‍ ରେ ପହଁଞ୍ଚିବେ।

ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କ୍ରୋଏସିଆକୁ ଏହା ପ୍ରଥମ ଗସ୍ତ ହେବ । ଭାରତୀୟ ପ୍ରବାସୀ ଏବଂ ଜାଗ୍ରେବ୍‍ରେ ଭାରତର ଶୁଭେଚ୍ଛୁମାନେ ସହୃଦୟତାର ସହ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଛନ୍ତି ଏବଂ ଦୁଇଦେଶ ମଧ୍ୟରେ ସଂପର୍କ ଦୃଢ଼ ହେବ ବୋଲି ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉଭୟ ଦେଶର ସଂପର୍କକୁ ଦୃଢ଼ କରିବା ବୋଲି ଜାଗ୍ରେବର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ଅଭିଷେକ ଚୌହାନ ଆଶା କରିଛନ୍ତି ।

 

Related Articles

Back to top button