
ମାର୍ଚ୍ଚ ୯ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ‘ବର୍ଡର୍-ଗାଭାସ୍କର୍’ ଟ୍ରଫିର ୪ର୍ଥ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ମାର୍ଚ୍ଚ ୯ ତାରିଖ ଦିନ ଅହମଦାବାଦରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବେନିଜ୍ଙ୍କ ସହିତ ମିଶି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ୪ର୍ଥ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ ଦେଖିବେ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଏହା ହେବ ‘ବର୍ଡର୍-ଗାଭାସ୍କର୍ ଟ୍ରଫି ସିରିଜ୍’ର ୪ର୍ଥ ତଥା ଚୂଡ଼ାନ୍ତ ମ୍ୟାଚ୍। ଏବେ ଏହି ମ୍ୟାଚ୍ରେ ଭାରତ ଗୋଟିଏ ମ୍ୟାଚ୍ରେ ଅଗ୍ରଣୀ ରହିଛି। ମାର୍ଚ୍ଚ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବେନିଜ୍ ୪ଦିନିଆ ଭାରତଗସ୍ତରେ ଆସିବେ। ୨୦୧୭ ପରେ ଏହା ହେବ ଜଣେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ।