ଆମେରିକା ଗସ୍ତରେ ମୋଦି: ଭବ୍ୟ ଚର୍ଚ୍ଚା କରୁଛନ୍ତି ବାଇଡେନ ଦମ୍ପତି
ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ୍ ବାଇଡେନ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଏହି ଅବସରରେ ରାତ୍ରି ଭୋଜନର ଆୟୋଜନ ହୋଇଥିଲା । ଏଥିରେ ବାଜରା ଓ ରାଷ୍ଟ୍ରପତି ବାଇଡେନଙ୍କ ପସନ୍ଦର ଖାଦ୍ୟ ବ୍ୟଞ୍ଜନ ତିଆରି ହୋଇଥିଲା ।
ଡିନରରେ ବିଶେଷ କରି ଆଇସକ୍ରିମ୍ ଓ ପାସ୍ତା, ଲେମ୍ବୁ ଡିଲ୍ ଦହି ସସ୍, ମିଲେଟ୍ କେକ୍, ଗ୍ରୀଷ୍ମ ସ୍କ୍ୱାସ୍, ମାରିନେଟ୍ ମିଲେଟ୍, ଗ୍ରିଲ୍ଡ କର୍ଣ୍ଣ କର୍ଣ୍ଣଲ ସାଲାଡ୍, ତରଭୁଜ, ଟୈଙ୍ଗୀ ଆଓ୍ବାକାଡୋ ସସ୍, ଷ୍ଟଫଡ ପୋର୍ଟେବଲ ମସରୁମ୍, କ୍ରିମି ସାଫ୍ରନ୍ ଓ ଷ୍ଟ୍ରବେରୀ ସର୍ଟକେକ୍ ଆଦି ପସନ୍ଦର ଖାଦ୍ୟ ସାମିଲ ରହିଥିଲା । ହ୍ବାଇଟ୍ ହାଉସରେ ରାତ୍ରି ଭୋଜନ ସମୟରେ ଆମେରିକା ସୁରକ୍ଷା ପରାମର୍ଶଦାତା ଓ ଭରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲ ଉପସ୍ଥିତ ଥିଲେ ।
ହ୍ବାଇଟ୍ ହାଉସରେ ମଧ୍ୟ ଭାରତୀୟ ନୃତ୍ୟୁର ଆୟୋଜନ ହୋଇଥିଲା । ରାଷ୍ଟ୍ରପତି ଜୋ-ବାଇଡେନ, ପତ୍ନୀ ଜିଲ୍ ବାଇଜେନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ମୋଦି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଧୁମ୍ ଷ୍ଟୁଡିଓର କଳାକାର ମାନେ ବିଭିନ୍ନ ଭାରତୀୟ ସଂସ୍କୃତିର ନୃତ୍ୟୁ ଓ ସଂଗୀତକୁ ଜୀବନ୍ତ କରିଦେଇଥିଲେ ।
ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି । ଲ୍ୟାବରେ ବିକଶିତ ୭.୫ କ୍ୟାରେଡ ହୀରାର ନେକ୍ଲେସ୍ ଗିଫ୍ଟ କରିଥିଲେ ।
ସେହିପରି ପିଏମ୍ ମୋଦି, ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଏକ ବିଶେଷ ଚନ୍ଦର ବକ୍ସ କ୍ରାଫ୍ଟ ଉପହାର ସଦୃଶ ଦେଇଥିଲେ । ଯାହାକୁ ରାଜସ୍ଥାନର ଜୟପୁର କାରିଗରମାନେ ତିଆରି କରିଥିଲେ । ଏହି ବକ୍ସକୁ ତିଆରି କରିବା ପାଇଁ କର୍ଣ୍ଣାଟକରୁ ଚନ୍ଦନ ଅଣାଯାଇଥିଲା ।
ସେପଟେ ଜୋ-ବାଇଡେନ ଓ ଜିଲ୍ ବାଇଡେନ ପିଏମ୍ ମୋଦିଙ୍କୁକ ଦ୍ବାଦଶ ଶତାବ୍ଦୀର ଆରମ୍ଭରେ ଏକ ହସ୍ତନିର୍ମିତ ଆମେରିକା ପୁସ୍ତକଗୈଲି ଭେଣ୍ଟ ଗିଫ୍ଟ କରିଥିଲେ । ଏହାଛଡ଼ା ଏକ ଭିଣ୍ଟେଜ୍ କ୍ୟାମେରା ମଧ୍ୟ ଗିଫ୍ଟ କରିଥିଲେ ।