ଭାଇରାଲ ହେଉଛି ୧୫୬ ଗ୍ରାମ ସୁନାରେ ନିର୍ମିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଚ୍ୟୁ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନାର ମୂର୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବମ୍ବେ ଗୋଲ୍ଡ ପ୍ରଦର୍ଶନୀରେ ଜଣେ କଳାକାର ୧୫୬ ଗ୍ରାମ ସୁନାରେ ମୋଦିଙ୍କ ଏକ ଆକର୍ଷଣୀୟ ମୂର୍ତି ନିର୍ମିତ କରିଥିଲେ । ଏହି ମୂର୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଅମିତାଭ ବଚ୍ଚନ ଓ ରଜନୀକାନ୍ତଙ୍କଠାରୁ ମଧ୍ୟ ବଳିଗଲାଣି । ୨ ଦିନ ପୂର୍ବେ ଏହି ଭିଡିଓ ଟୁଇଟରରେ ଶେୟାର କରାଯାଇଥିଲା । କଳାକାର ନାମ କିନ୍ତୁ ଏଥିରେ ଉଲ୍ଲେଖ କରାଯାଇ ନାହିଁ । ବିଶେଷଜ୍ଞଙ୍କ ମତରେ ଏତେ କମ ସୁନାରେ ମୋଦିଙ୍କ ମୂର୍ତି ନିର୍ମାଣ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ କାର୍ଯ୍ୟ ।

ପୂର୍ବରୁ ଧନତେରାସରେ ଇନ୍ଦୋରରେ ମୋଦିଙ୍କ ରୂପା ମୂର୍ତି ମଧ୍ୟ ବେଶ ଚର୍ଚ୍ଚିତ ହୋଇଥିଲା । ଏହ ୧୫୦ ଗ୍ରାମ ରୂପାରେ ପ୍ରସ୍ତୁତ କରାଯାଇଥିଲା । ଏହାର ବିକ୍ରୀ ମୂଲ୍ୟ ୧୧ ହଜାର ଟଙ୍କା ରହିଥିଲା । ନିର୍ମଳ ବର୍ମା ନାମକ ଜଣେ ବ୍ୟବସାୟୀ ଏବଂ ବିଜେପି କର୍ମକର୍ତା ଏହାକୁ ପ୍ରସ୍ତୁତ କରିଥିଲେ । ସେ ହର ହର ମୋଦୀ ଓ ଘର ଘର ମୋଦି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଏହି କୌଶଳ ଆପଣାଇଥିଲେ ଯାହା କି ବେଶ ଲୋକପ୍ରିୟ ହୋଇଥିଲା ।

Related Articles

Back to top button