ଅହମଦାବାଦରେ ୧୨୭୫ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବାର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଅହମଦାବାଦରେ ସିଭିଲ ହସ୍ପିଟାଲରେ ପ୍ରାୟ ୧୨୭୫ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟସେବା ସହ ଜଡିତ ସୁବିଧାର ଲୋକାର୍ପଣ କରିବା ସହ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ମୋଦି କହିଛନ୍ତି, ଗୁଜରାଟ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆଜିର ଦିନ ସବୁଠାରୁ ବଡ ଦିନ । ବିଶ୍ୱର ସବୁଠାରୁ ଆଡଭାନ୍ସ ମେଡିକାଲ ଟେକ୍ନୋଲୋଜି ଭଲରୁ ଭଲ ସୁବିଧା ଓ ମେଡିକାଲ ଇନଫ୍ରାଷ୍ଟ୍ରକଚର ଏବେ ଅହମଦାବାଦ ଓ ଗୁଜରାଟରେ ଅଧିକ ଉପଲବ୍ଧ ହେବ । ବିକାଶର ଗତି ଗୁଜରାଟରେ ଯେମିତି ହେଉଛି ସେମତି କାମ ଓ ଅନୁଭବ ଏତେ ଅଧିକ ହେଉଛି ଏହାକୁ ଗଣିବା ବି କଠିନ ହୋଇ ପଡୁଛି । ଅନେକ ଥର ଗୁଜରାଟରେ ଏମିତି କିଛି ହେଉଛି ଯାହା ଦେଶରେ ପ୍ରଥମଥର ହେଉଛି ।
ମୋଦି କହିଛନ୍ତି ୨୦-୨୫ ବର୍ଷ ପୂର୍ବରୁ ଗୁଜରାଟ ବ୍ୟବସ୍ଥାରେ ବହୁତ କିଛି ରୋଗ ଗ୍ରାସ କରି ରହିଥିଲା । ପ୍ରଥମ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ, ଦ୍ୱିତୀୟ ଶିକ୍ଷାରେ କୁବ୍ୟବସ୍ଥା, ତୃତୀୟ ବିଜୁଳି ଅଭାବ, ଚତୁର୍ଥ ପାଣିର ଅଭାବ ଏସବୁ ଭିତରେ ସବୁଠାରୁ ବଡ ରୋଗ ଥିଲା ଭୋଟ ବ୍ୟାଙ୍କ ପଲିଟିକ୍ସ । ଆଜି ଗୁଜରାଟ ଏସବୁ ରୋଗକୁ ପଛରେ ପକାଇ ସବୁଠାରୁ ଆଗରେ ଚାଲୁଛି । ଏବେ ଯେତେବେଳେ କଥା ଉଠିଛି ହାଇଟେକ ହସ୍ପିଟାଲର ସେତେବେଳେ ଗୁଜରାଟର ନାମ ସର୍ବପ୍ରଥମେ ଆସୁଛି । ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ ଗୁଜରାଟର କୌଣସି ମୁକାବିଲା ନାହିଁ ।

Related Articles

Back to top button