ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ, ଡାକ୍ତରଖାନାରେ ଭର୍ତ୍ତି

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ହୀରାବେନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସୂଚନା ପାଇ ବିଜେପିର ଗୁଜରାଟ ବିଧାୟକ ଦର୍ଶନବେନ ବାଘେଲା ଓ କୌଶିକ ଜୈନ ସେଠାରେ ପହଞ୍ଚିଛନ୍ତି।  ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମା’ଙ୍କୁ ଦେଖିବା ପାଇଁ ଅହମଦାବାଦ ବାହାରି ଯାଇଛନ୍ତି ।

ଅନ୍ୟପକ୍ଷେ ଖବର ଶୁଣି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ରାହୁଲ ଗାନ୍ଧି ଟୁଇଟ କରି ହୀରାବେନଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି । ରାହୁଲ ଏକ ଟୁଇଟ କରି କହିଛନ୍ତି, ମା’-ପୁଅଙ୍କ ମଧ୍ୟରେ ଥିବା ଭଲ ପାଇବା ଅତୁଳନୀୟ, ଅର୍ମୂଲ୍ୟ । ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଏପରି ସମୟରେ ମୋର ଶ୍ରଦ୍ଧା ଏବଂ ସମର୍ଥନ ଆପଣଙ୍କ ସହ ଅଛି ।

Related Articles

Back to top button