ଉତ୍ତରାଖଣ୍ଡ ଯୋଶୀମଠ ଦବିବା ଘଟଣା: ପିଏମଓ ପକ୍ଷରୁ ଡକାଗଲା ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦବୁଛି ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଯୋଶୀମଠ ।  ହଠାତ୍‌ ଚାରିଆଡ଼େ କୋଠାବାଡ଼ି ଓ ରାସ୍ତାଘାଟ ଦବିଯାଉଥିବା ଦେଖିବାକୁ ମିଳୁଛି । ଘଟଣାର ଅନୁଧ୍ୟାନ ପାଇଁ ପିଏମଓ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ । ଏହି ଆଲୋଚନାରେ କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ଯୋଗଦେବେ ।

ବସିବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଜୋସିମାଥ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିଶେଷଜ୍ଞ ଟିମ୍‌ ଯୋଶୀମଠ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । ଗଠିତ ହୋଇଥିବା ୮ଜଣିଆ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବା ପରେ ଘଟଣାର ରିପୋର୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିକଟକୁ ପଠାଇଥିଲେ ।

ରିପୋର୍ଟ ଅଧାରରେ ଅନେକ କୋଠା ଭାଙ୍ଗିବା ସହ ଭୂସ୍ଖଳନରେ ୨୫ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଶେଷଜ୍ଞଙ୍କ ସହ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବିପଦକୁ ଦେଖି ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି ।

Related Articles

Back to top button