ପଞ୍ଜାବ-ହରିୟାଣା ସୀମା ଶମ୍ଭୁ ବର୍ଡରରେ ପୁଣି ଥରେ ପୁଲିସ ଏବଂ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ

ପଞ୍ଜାବ-ହରିୟାଣା ସୀମା ଶମ୍ଭୁ ବର୍ଡରରେ ପୁଣି ଥରେ ପୁଲିସ ଏବଂ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଶନିବାର ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବା କିସାନଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାକୁ ଲୁହ ବୁହା ଗ୍ୟାସ୍ ଏବଂ ପାଣି ସ୍ପ୍ରେ କରିଛି । ଏଥିରେ ୧୭ ଜଣ ଚାଷୀ ଆହତ ହୋଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦି ଦାବି ନେଇ ୧୦୧ ଚାଷୀ ଦିଲ୍ଲୀ ଘେରିବାକୁ ଯୋଜନା ରଖିଛନ୍ତି । ଏହି ଆନ୍ଦୋଳନ ୩୦୭ ଦିନ ହେବ ଜାରି ରହିଛି । ଆଜି ଦିଲ୍ଲୀ ଅଭିମୁଖ୍ୟ ଆସୁଥିବା ବେଳେ ଶମ୍ଭୁ ବର୍ଡରରେ ଥିବା ପୁଲିସ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ । ପ୍ରତିକାତ୍ମକ ସ୍ୱରୂପ ପୁଲିସ ପାଣି ମାଡ଼ କରିବା ସହିତ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ।

ଅନ୍ୟପକ୍ଷରେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅମ୍ବାଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୪ରୁ ୧୭ ତାରିଖ ମଧ୍ୟ ରାତ୍ର ପର‌୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିଛି । ସାର୍ବଜନୀନ ଶାନ୍ତି ବଜାୟ ରଖିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛି । ଅମ୍ବାଲାର ଜଙ୍ଗଡେହରୀ, ଲେହଗଡ଼, ମାନକପୁର, ଦଦିୟାନା, ବଡ଼ୀ ଘେଲ, ଛୋଟୀ ଘେଲ, ଲାହର୍ସା, କାଲୁ ମଜାର, ଦେବୀ ନଗର ଆଦି ସ୍ଥାନମାନଙ୍କରେ କୌଣସି ବି ଅପ୍ରତିକର ପରିସ୍ଥିତିକୁ ଏଡ଼ାଇବାକୁ ଇଣ୍ଟରନେଟ୍ ବନ୍ଦ ରହିଛି ।

Related Articles

Back to top button