ଭାରତୀୟ ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ରର ଭିଡ଼ିଓ ଫୁଟେଜକୁ ସାର୍ବଜନୀନ କରିବା ଦାବିକୁ କରିଛନ୍ତି ପ୍ରତ୍ୟାଖ୍ୟାନ

ଭାରତୀୟ ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ରର ଭିଡ଼ିଓ ଫୁଟେଜକୁ ସାର୍ବଜନୀନ କରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ଭୋଟରଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ । ଏପରି ଦାବି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇପାରେ, କିନ୍ତୁ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ବିପରୀତ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଜନ ପ୍ରତିନିଧିତ୍ୱ ଆଇନ ୧୯୫୦-୧୯୫୧ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭିଡ଼ିଓ ଫୁଟେଜ ସାର୍ବଜନୀନ କରିବା ଦାବି ଭୋଟରଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି । ଫୁଟେଜ୍ ସେୟାର କରିବା ଦ୍ୱାରା ଭୋଟରଙ୍କ ପରିଚୟ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଦ୍ୱାରା ଯେଉଁମାନେ ଭୋଟ ଦିଅନ୍ତି କିମ୍ବା ଦିଅନ୍ତି ନାହିଁ ସେମାନେ ଚାପ, ଭେଦଭାବ କିମ୍ବା ଧମକର ଶିକାର ହୋଇପାରନ୍ତି । ଉଦାହରଣ ସ୍ୱରୂପ, ଯଦି କୌଣସି ଦଳ ବୁଥରେ କମ୍ ଭୋଟ ପାଏ, ତେବେ ଏହା ସିସିଟିଭି ଫୁଟେଜ୍ ମାଧ୍ୟମରେ ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ଆୟୋଗ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଭିଡ଼ିଓ ଫୁଟେଜକୁ 45 ଦିନ ପାଇଁ ରଖାଯାଇଥାଏ । ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତାହା କେବଳ ଆଭ୍ୟନ୍ତରୀଣ ବ୍ୟବହାର ପାଇଁ ଏବଂ ନିର୍ବାଚନ ଯାଚିକା ଦାଖଲ କରିବାର ପାଇଁ ଉଦ୍ଧିଷ୍ଟ ଅଟେ । 45 ଦିନରୁ ଅଧିକ ସମୟ ପାଇଁ ଫୁଟେଜ୍‌କୁ ରଖିବା ଦ୍ଵାରା ଭୁଲ ସୂଚନା ପ୍ରସାର କରିବା ଭଳି ଅପବ୍ୟବହାର ହୋଇପାରେ । ଯଦି ଏହି ସମୟ ମଧ୍ୟରେ ଏକ ନିର୍ବାଚନ ସମ୍ବନ୍ଧୀୟ ଏକ ଆବେଦନ ଦାଖଲ କରାଯାଏ, ତେବେ ଭିଡ଼ିଓ ଫୁଟେଜ୍‌କୁ କୋର୍ଟରେ ଦାଖଲ କରାଯାଏ । ମତଦାତାଙ୍କ ଗୋପନୀୟତା ବଜାୟ ରଖିବାରେ ନିର୍ବାଚନ ଆୟୋଗ କେବେବି ସାଲିସ କରି ନାହାଁନ୍ତି । ମତଦାତାଙ୍କ ଗୋପନୀୟତା ଏବଂ ସୁରକ୍ଷା ସର୍ବୋପରି ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । ତେବେ ୨୦୨୪ରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ପରେ ଫୁଟେଜ୍ ପ୍ରକାଶ କରିବାକୁ ବିରୋଧୀ ଦଳଗୁଡ଼ିକର ଦାବିର ଜବାବରେ ଆୟୋଗ ଏହି ବିବୃତ୍ତି ରଖିଛନ୍ତି । ଡିସେମ୍ବର ୨୦୨୪ରେ, ସରକାର ନିର୍ବାଚନ ନିୟମ ୯୩ ସଂଶୋଧନ କରି ସାଧାରଣ ଯାଞ୍ଚରୁ ସିସିଟିଭି ଏବଂ ୱେବକାଷ୍ଟିଂ ଫୁଟେଜ୍ ନିଷିଦ୍ଧ କରିଥିଲେ । ୪୫ ଦିନ ମଧ୍ୟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ ନକରାଗଲେ ଫୁଟେଜ୍ ନଷ୍ଟ କରିବାକୁ କମିଶନ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ କହିଛନ୍ତି ଯେ ରେକର୍ଡିଂ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଏହା ଆଭ୍ୟନ୍ତରୀଣ ପରିଚାଳନାର ଏକ ଅଂଶ ଅଟେ । ସୋସିଆଲ ମିଡିଆରେ ଭୁଲ ସୂଚନା ପ୍ରସାରଣ ପାଇଁ ଏହି ଫୁଟେଜ୍ ବ୍ୟବହାର କରାଯାଇପାରିବ । ଏହି ପରିସ୍ଥିତି ସମୀକ୍ଷାକୁ ଆବଶ୍ୟକ କରିଛି ।

Related Articles

Back to top button