ଗୁରୁବାର ଲଦାଖ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲଦାଖ ପହଞ୍ଚିଛନ୍ତି । ଲେହରେ ଉପରାଜ୍ୟପାଳ ବିଡି ଶର୍ମା ତାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି ସିଆଚେନ ବେସ କ୍ୟାମ୍ପ ଗସ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ସିଆଚେନ ଗ୍ଲାସିୟରରେ ସେନାଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଯବାନଙ୍କ ମନୋବଳ ବଢାଇଛନ୍ତି ।ରାଷ୍ଟ୍ରପତି ମୁର୍ମୁ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ ବେସ କ୍ୟାମ୍ପ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି । ଦ୍ରୋପଦୀ ମୁର୍ମୁ ଦେଶର ତୃତୀୟ ଏମିତି ରାଷ୍ଟ୍ରପତି ଯିଏ ସିଆଚେନ୍ ଗସ୍ତ କରିଛନ୍ତି । ତାଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ରାମନାଥ କୋବିନ୍ଦ ସିଆଚେନ ସ୍ଥିତ ସେନାର ବେସ କ୍ୟାମ୍ପ ଗସ୍ତ କରିଥିଲେ ।କଲାମ ୨୦୦୪ ଏପ୍ରିଲରେ ଓ କୋବିନ୍ଦ ୨୦୧୮ ମେରେ ସିଆଚେନ ଗସ୍ତ କରିଥିଲେ । କାରାକୋରମ ପର୍ବତମାଳାରେ ୨୦ ହଜାର ଫୁଟ ଉଚ୍ଚରେ ସ୍ଥିତ ଏହି ବେସ କ୍ୟାମ୍ପରେ ଗୁରୁବାର ରାଷ୍ଟ୍ରପତି ମୁର୍ମୁ ଯବାନଙ୍କ ସହ କଥାବାର୍ତ୍ତା ହେବା ସହ କିଛି ସମୟ ଅତିବାହିତ କରିଛନ୍ତି । ୧୯୮୩ ଏପ୍ରିଲ ୧୩ ତାରିଖରେ ସିଆଚେନ ଗ୍ଲାସିୟରରେ ଅପରେସନ ମେଘଦୂତ ଆଧାରରେ ଭାରତୀୟ ସେନା ଏହି ଅଞ୍ଚଳ ଉପରେ ପୂରା ନିୟନ୍ତ୍ରଣ ହାସଲ କରିଥିଲା ।

Related Articles

Back to top button