ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ: ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ନୂଆଦିଲ୍ଲ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଆଜି (ଶନିବାର) ଲଣ୍ଡନ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯ ତାରିଖରେ ଲଣ୍ଡନରେ ବ୍ରିଟିଶ ପରମ୍ପରା ଅନୁସାରେ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଏହା ମୁର୍ମୁଙ୍କର ପ୍ରଥମ ବିଦେଶ ଗସ୍ତ ।

ଏହି କାର୍ଯ୍ୟକ୍ରମରେ ଅନେକ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ବିଶ୍ବବ୍ୟାପୀ ପ୍ରାୟ ୫ଶହ ବଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପତ୍ନୀ ଜିଲ ବାଇଡେନଙ୍କ ସହ ଲଣ୍ଡନରେ ପହଞ୍ଚି ଏଲିଜାବେଥଙ୍କୁ ଶେଷ ସମ୍ମାନ ଜଣାଇବାର କାର୍ଯ୍ୟକ୍ରମ ରହିଛି ।

ତେବେ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଭାରତରେ ଏକ ଦିବସୀୟ ଶୋକ ପାଳନ କରିଛନ୍ତି । ତେବେ ସୋମବାର ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ହେବାକୁ ଯାଉଥିବା ବେଳେ ରାଷ୍ଟ୍ରପତି ସେଠାରେ ପ୍ରତ୍ୟେକ୍ଷ ଉପସ୍ଥିତ ହୋଇ ଭାରତକୁ ପ୍ରତିନିଧିତ୍ବ କରିବେ ।

Related Articles

Back to top button