ସାବରମତି ଆଶ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସାବରମତି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜୁରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେ ପ୍ରଥମେ ସାବରମତି ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଚରଖାରେ ସୂତା କାଟିଥିଲେ। ତାଙ୍କ ସହ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ସେ ଗାନ୍ଧିନଗରରେ ସ୍ବାସ୍ଥ୍ୟ, ଜଳସେଚନ, ଜଳ ଯୋଗାଣ ଏବଂ ବନ୍ଦର ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ଅକ୍ଟୋବର ୪ରେ ରାଷ୍ଟ୍ରପତି ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଷ୍ଟାର୍ଟ ଅପ ପ୍ଲାଟଫର୍ମ ହର ଷ୍ଟାର୍ଟର ଆରମ୍ଭ କରିବେ। ଏହା ସହିତ ଅହମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ତଥା ଆଦିବାସୀ ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button