ରାଷ୍ଟ୍ରପତିଙ୍କ ସମ୍ବୋଧନ: ଆମ ସ୍ବାଧିନତା ସଂଗ୍ରାମିଙ୍କ ବଳିଦାନକୁ କୃତଜ୍ଞତାର ସହ ମନେପକାଇବା ଉଚିତ। 

ଆଉ ମାତ୍ର କିଛି ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୬ ତମ ଗଣତନ୍ତ୍ର ଦିବସ। ଏହାର ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗଣତନ୍ତ୍ର ଅବସରରେ ଦେଶ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଏହି ଅବସରରେ ଆମେ ଆମ ସ୍ବାଧିନତା ସଂଗ୍ରାମିଙ୍କ ବଳିଦାନକୁ କୃତଜ୍ଞତାର ସହ ମନେପକାଇବା ଉଚିତ।

ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତି ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ତେଣୁ ଏହାକୁ ଗୁରୁତ୍ବ ଦେଇ ଏଥର ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂର୍ତ୍ତି ପାଳିଛୁ। ସେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିନିଧୀ ଭାବରେ ଛିଡା ହୋଇଛନ୍ତି ଯାହାର ଜାତୀୟ ଇତିହାସରେ ଭୂମିକା ବର୍ତ୍ତମାନ ସତ୍ୟରେ ସ୍ୱୀକୃତିପ୍ରାପ୍ତ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ସେମାନଙ୍କର ସଂଘର୍ଷ ଏକ ସଂଗଠିତ ଦେଶବ୍ୟାପୀ ସ୍ବାଧୀନତା ଆନ୍ଦୋଳନରେ ଏକୀଭୂତ ହୋଇଥିଲା।ସେହିପରି ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକାଶଛୁଆଁ ହେଉଛି। ସେ କହିଛନ୍ତି, ନିକଟ ଅତୀତରେ ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ ଅଧିକ ରହିଆସିଛି, ଯାହା ଆମ ଯୁବବର୍ଗମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି। କୃଷକ ଏବଂ ଶ୍ରମିକଙ୍କ ହାତରେ ଅଧିକ ଟଙ୍କା ଦେଇଛି ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେଇଛି। ଦେଶରେ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ସଂସ୍କାର ଜାରି ରହିଛି।ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି। ବିଗତ ୭୫ ବର୍ଷ ଭିତରେ ମହିଳାଙ୍କ ଅନେକ ଯୋଗଦାନ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Related Articles

Back to top button