ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଉଜ୍ଜୟନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ପ୍ରଭୁ ମହାକାଳଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି।

ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କ ଉପରେ ଆଧାରିତ ୧୯୦ ଟି ପ୍ରତିମା ସ୍ଥାପନ କରାଯାଇଛି। କମ୍ପ୍ଲେକ୍ସରେ ୧୦୮ ସ୍ତମ୍ଭ ସ୍ଥାପନ କରାଯାଇଛି, ଯେଉଁଥିରେ ଭଗବାନ ଶିବଙ୍କ ଅଦ୍ଭୁତ ସ୍ଥିତି ଏବଂ ତାଙ୍କର ବିଭିନ୍ନ ମୁଦ୍ରା ଖୋଦିତ ହୋଇଛି। ଏଠାରେ ଆଠଟି ୧୮ ଫୁଟ ଉଚ୍ଚ ପ୍ରତିମା ସ୍ଥାପନ କରାଯାଇଛି। ଏଥିରେ ନଟରାଜ, ଗଣେଶ, କାର୍ତ୍ତିକେୟ, ଦତ୍ତାତ୍ରେୟ ଅବତାର, ପଞ୍ଚମୁଖୀ ହନୁମାନ, ଚନ୍ଦ୍ରଶେଖର ମହାଦେବଙ୍କ କାହାଣୀ ଶିବ ଏବଂ ସତୀ, ସମୁଦ୍ର ମନ୍ଥନର ଦୃଶ୍ୟ ରହିଛି। ଦୁଇଟି ପର୍ଯ୍ୟାୟରେ କରାଯାଉଥିବା ମହାକାଳ ଲୋକର ନିର୍ମାଣ ପାଇଁ ୮୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଛୋଟ ଏବଂ ବଡ ରୁଦ୍ରସାଗର, ହରସିଦ୍ଧ ମନ୍ଦିର, ଚାର ଧାମ ମନ୍ଦିର, ବିକ୍ରମ ଟିଲା ଇତ୍ୟାଦି ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିର ପରିସରର ବିକାଶରେ ୩୫୦ କୋଟି ଟଙ୍କା ବ୍ୟୟ ହେବ। ସେଥିମଧ୍ୟରେ ମହାକାଳ ପ୍ଲାଜା, ମହାକାଳ କରିଡର, ମିଡ-ୱେ ଜୋନ, ମହାକାଳ ଥିମ ପାର୍କ, ଘାଟ ଏବଂ ଡିଏସି କ୍ଷେତ୍ର, ନଟାନ ସ୍କୁଲ କମ୍ପ୍ଲେକ୍ସ ଏବଂ ଗଣେଶ ବିଦ୍ୟାଳୟ କମ୍ପ୍ଲେକ୍ସର କାର୍ଯ୍ୟ ଅନ୍ତର୍ଭୁକ୍ତ।

Related Articles

Back to top button