ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ : ସନ୍ଦେଶଖାଲି ପୀଡିତାଙ୍କୁ ଭେଟିପାରନ୍ତି

ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ଚାରିଆଡେ ଚର୍ଚ୍ଚା। ଏଠାକାର ମହିଳାଙ୍କୁ କଥିତ ରୂପେ ଯୌନ ଉତ୍ପୀଡନ ଓ ହିଂସା ମାମଲାକୁ ନେଇ ପୂରା ଦେଶରେ ବିବାଦ ଉପୁଜିଛି। ବିଜେପି, ବସପା ସମେତ ଅନେକ ରାଜନୈତିକ ଦଳ ଏହି ମାମଲାକୁ ନେଇ ମମତା ସରକାରଙ୍କୁ ବିରୋଧ କରୁଛନ୍ତି। ଏଥିସହ ତଦନ୍ତ ଦାବି କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।ଆସନ୍ତା ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଠାକାର ଉତ୍ତର ୨୪ ପରଗଣା ଜିଲ୍ଲାର ବାରାସାତରେ ମହିଳା ରାଲିକୁ ସମ୍ବୋଧିତ କରିବେ। ଏହି ସମୟରେ ସେ ସନ୍ଦେଶଖାଲି ପୀଡିତାଙ୍କୁ ଭେଟିପାରନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର।

Related Articles

Back to top button