ଆରମ୍ଭ ହେଲା ଅମରନାଥ ଯାତ୍ରା, ଅଗଷ୍ଟ ୧୧ରେ ହେବ ଶେଷ

ଜମ୍ମୁ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । ଗୁରୁବାର ଅର୍ଥାତ୍ ଜୁନ ୩୦ରୁ ଔପଚାରିକ ଭାବେ ଏହି ଯାତ୍ରା ଆରମ୍ଭ ହୋଇଛି । ପହଲଗାମ ବେସ କ୍ୟାମ୍ପରେ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁ ପହଞ୍ଚି ସାରିଛନ୍ତି । ଏଥର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ଏହି ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୩୦ରୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୧ରେ ଶେଷ ହେବ । ଏହି ସମୟ ମଧ୍ୟରେ ୭୮ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବେଲି ଅନୁମାନ କରାଯାଇଛି ।
ପହଲଗାମ ଓ ବାଲଟାଲ ବେସ କ୍ୟାମ୍ପରୁ ପ୍ରତିଦିନ ୧୦-୧୦ ହଜାର ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯିବେ । ଏହି ସମୟରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନେସ୍ଥାନେ ସୁରକ୍ଷାର୍କମୀଙ୍କୁ ନିୟୋଜିତ କରାଯାଇଛି । ଅଧିକାରୀଙ୍କ ସୂଚନା ମୁତାବକ ପବିତ୍ର ଗୁମ୍ଫାରେ ପ୍ରାକୃତିକ ଭାବେ ସୃଷ୍ଟି ହେଉ୍‌ଥିବା ବରଫ ଶିବଲିଙ୍ଗକୁ ଦର୍ଶନ କରିବାକୁ ଶ୍ରୀ ଅମରନାଥ ସାଇନ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Related Articles

Back to top button