ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାମ୍ପସ୍-ଏଲିସିସାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଛନ୍ତି।

ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ ୨୪୧ ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ।

ହାଶିମାରାର ୧୦୧ ସ୍କ୍ୱାର୍ଡନରୁ ଭାରତୀୟ ବାୟୁ ସେନାର ରାଫେଲ୍ ଯୁଦ୍ଧ ବିମାନ ପରେଡ୍ ସମୟରେ ଫ୍ଲାଇଂ ପାଷ୍ଟରେ ଅଂଶଗ୍ରହଣ କରିଥିଲା।

ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ୧୪ ଜୁଲାଇ ୧୭୮୯ରେ ବାଷ୍ଟିଲ ଜେଲ୍ ଉପରେ ଆକ୍ରମଣ ହୋଇଥିଲା । ପ୍ରତିବର୍ଷ ଜୁଲାଇ ୧୪ ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ। ଏହା ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସମ୍ବିଧାନର କେନ୍ଦ୍ରୀୟ ବିଷୟବସ୍ତୁ ‘ସ୍ୱାଧୀନତା, ସମାନତା ଓ ଭାଇଚାରା’ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ।

Related Articles

Back to top button