ବୁଡ଼ି ରହିଥିବା ପ୍ରାଚୀନ ଦ୍ୱାରକା ନଗରୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ସମୁଦ୍ରରେ ବୁଡ଼ି ରହିଥିବା ପ୍ରାଚୀନ ଦ୍ବାରକା ନଗରୀ ମଧ୍ୟ ଦର୍ଶନ କରିଛନ୍ତି। ଦ୍ବାରକା ନଗରୀ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା କେବଳ ସମୁଦ୍ର ବୁଡ଼ ନଥିଲା, ବରଂ ସମୟ ଯାତ୍ରା ଥିଲା।

ସେ ଆହୁରି କହିଛନ୍ତି, ‘‘ପାଣିରେ ବୁଡ଼ି ରହିଥିବା ଦ୍ୱାରକା ନଗରୀରେ ପ୍ରାର୍ଥନା କରିବା ଏକ ଅଲୌକିକ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ବୈଭବ ଏବଂ ଶାଶ୍ବତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସମ୍ପର୍କକୁ ଅନୁଭବ କଲି। ଭଗବାନ କୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।’’ ପ୍ରଧାନମନ୍ତ୍ରୀ ଆସ୍ଥାର ପ୍ରତୀକ ଭାବେ ଦ୍ବାରକା ନଗରୀକୁ ମୟୂର ପୁଚ୍ଛ ମଧ୍ୟ ଅର୍ପଣ କରିଛନ୍ତି।

Related Articles

Back to top button