ଗୋଟିଏ ମଞ୍ଚରେ ମୋଦୀ ଓ ପାୱାର

ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନସିପିର ପ୍ରତିଷ୍ଠାତା ଶରଦ ପାୱାର । ମହାରାଷ୍ଟ୍ର ପୁଣେରେ ଦେଶର ଦୁଇ ପ୍ରମୁଖ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ଲୋକମାନ୍ୟ ରାଷ୍ଟ୍ରୀୟ ତିଲକ ପୁରସ୍କାରରେ ସମ୍ମାନିତ କରାଯାଇଛି । ମଂଚରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନୋଥ କୋବିନ୍ଦ ଉପସ୍ଥିତ ଅଛନ୍ତି । କିନ୍ତୁ ରୋଚକ କଥା ହେଉଛି ଶରଦ ପାୱାର ମୋଦୀଙ୍କ ସହ ବେଶ ହସ ଖୁସିରେ କଥା ହେଉଛନ୍ତି ।

ଯେଉଁ ସମୟରେ ସଂସଦରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଇଣ୍ଡିଆ ମେଂଟ ଏହି ଅନାସ୍ଥା ପ୍ରସ୍ତାବକୁ ପାରିତ କରିବାକୁ ଉଦ୍ୟମ କରୁଛି । ଆଉ ମେଂଟର ପ୍ରମୁଖ ଚେହେରା ହେଉଛନ୍ତି ଶରଦ ପାୱାର । ଠିକ ସେତିିକିବେଳେ ଗୋଟିଏ ମଂଚରେ ମୋଦୀ-ପାୱାର ଏକାଠି ହେବା ବିରୋଧୀ ଇଣ୍ଡିଆ ମେଂଟର ଟେନସନ ବଢାଇ ଦେଇଛି । ନରେନ୍ଦ୍ର ମୋଦୀ ଓ ଶରଦ ପାୱାର ପରସ୍ପରକୁ ସ୍ୱାଗତ କରିଥିବାବେଳେ ବେଶ କିଛି ସମୟ ପାଇଁ ହାସ୍ୟରୋଳ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଶରଦଙ୍କ ମହାବିକାଶ ଅଘାଡି(ଏମଭିଏ)ରେ ଆଲୋଡ଼ନ ସୃଷ୍ଟି କରିଛି

କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ଶରଦ ପାୱାରଙ୍କୁ ବୁଝାଇବାକୁ କିଛି କଂଗ୍ରେସ ନେତା ଯାଇଥିଲେ ବି ଶରଦ ସେମାନଙ୍କୁ ଭେଟିନଥିଲେ । ଏମଭିଏ ନେତାଙ୍କ କହିବା କଥା ଯେ ଶରଦ ପାୱାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ ନଥିଲା, କାରଣ ଏହା ବିରୋଧୀ ଏକତାକୁ ନେଇ ଭୁଲ ବର୍ତା ଦେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଂଚରେ ଅଜିତ ପାୱାର ମଧ୍ୟ ଉପସ୍ଥିତ ଅଛନ୍ତି । ଯିଏକି ଏନସିପିରେ ବିଦ୍ରୋହ କରି ଦଳର ଅନେକ ନେତାଙ୍କ ସାଙ୍ଗରେ ରଖିଛନ୍ତି । ଆଉ ଶରଦଙ୍କ ପାଖରେ ଅଳ୍ପ ସଂଖ୍ୟାର ନିର୍ବାଚିତ ନେତା ରହିଛନ୍ତି ।

Related Articles

Back to top button