ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା: ‘ମନ କି ବାତ’ କାଯ୍ୟକ୍ରମରେ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୯୧ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର ‘ମନ କି ବାତ’ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାର କାରଣ ହେଉଛି ଏଥର ସ୍ୱାଧୀନତା ଦିବସର ୭୫ ବର୍ଷ ପୂରଣ ହେବାକୁ ଯାଉଛି। ସେ କହିଛନ୍ତି ଯେ ଆମେ ସମସ୍ତେ ଏକ ଅଦ୍ଭୁତ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ। ଭଗବାନ ଆମକୁ ଏକ ବଡ ଭାଗ୍ୟ ଦେଇଛନ୍ତି।

‘ମନ କି ବାତ’ କାଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆ ପ୍ରୋଫାଇଲରେ ନିଜ ପ୍ରୋଫାଇଲ ଫଟୋ ଭାବରେ “ତିରଙ୍ଗା” ରଖିବାକୁ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ‘ହର ଘର ତିରଙ୍ଗା’ ଯାତ୍ରା ଆୟୋଜିତ ହେଉଛି। ଏଭଳି ପରିସ୍ଥିତିରେ ଆସନ୍ତୁ, ଆମ ଘରେ ଜାତୀୟ ପତାକା ଉତ୍ତୋଳନ କରି ଏହି ଯାତ୍ରାକୁ ଆଗକୁ ବଢାଇବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯାତ୍ରା ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଆରମ୍ଭରେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇବା ସହ ‘ଅମୃତ ମହୋତ୍ସବ’ ଅଭିଯାନ ଅଧୀନରେ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ‘ଆଜାଦି କା ଅମୃତ ମହୋତ୍ସବ’ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି। ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

Related Articles

Back to top button