ଯବାନମାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯବାନମାନଙ୍କ ସହ ଦୀପାବଳି ପାଳିବା ପାଇଁ ହିମାଚଳ ପ୍ରଦେଶରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୈନିକ ମାନେ ହଉଛନ୍ତି ଦେଶର ରକ୍ଷାକର୍ତ୍ତା । ଆମ ସୁରକ୍ଷା ପାଇଁ ସେମାନେ ଜୀବନ ମୃତ୍ୟୁର ସଂଘର୍ଷ କରୁଛନ୍ତି । ତେଣୁ ଏହି ଆଲୋକର ପର୍ବରେ ଆମ ରକ୍ଷାକର୍ତ୍ତାଙ୍କ ପାଖରେ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେନା ଏବଂ ବିଏସ୍‌ଏଫ୍‌ ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପରଠାରୁ ପ୍ରଧାନ ମନ୍ତ୍ରୀ ପ୍ରତ୍ୟକଥର ସୈନିକ ମାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜ୍ୟୋଡିଆନ୍‌ର ରକ୍‌ଖ ମୁଠି ଅଞ୍ଚଳରେ ଦୀପାବଳି ପାଳନ କରିଛନ୍ତି । ତେବେ ଦିଲ୍ଲୀ ଫେରିବା ପୂର୍ବରୁ ସେ ସୈନ୍ୟ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧ ଆସୁ ବୋଲି କହିଛନ୍ତି । ଦୀପାବଳି ପାଳିବା ଅବସରରେ ଯବାନଙ୍କ ସମର୍ପଣ ଭାବ ଦେଶକୁ ଆଲୋକିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Articles

Back to top button