ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଜରୁରୀକାଳନୀକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଜରୁରୀକାଳନୀକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦେଶରେ ଜରୁରୀକାଳନୀ ବ୍ୟବସ୍ଥା ଲାଗୁ ହେବାର ୫୦ ବର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଟୁଇଟ୍‌ କରିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯେଉଁମାନେ ଜରୁରୀକାଳୀନ ଲାଗୁ କରିଥିଲେ, ଆମର ସମ୍ବିଧାନ ପ୍ରତି ଭଲପାଇବାର କୌଣସି ଅଧିକାର ନାହିଁ। ଯେଉଁ ମାନସିକତା କାରଣରୁ ଜରୁରୀକାଳୀନ ଲାଗୁ ହୋଇଥିଲା, ସେହି ପାର୍ଟିରେ ଲୋକଙ୍କୁ ଦେଶବାସୀ ଭଲଭାବରେ ଜାଣିଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଆଜିର ଦିନରେ ସବୁ ମହାପୁରୁଷ ଓ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦିନ, ଯେଉଁମାନେ ଜରୁରୁୀକାଳନୀକୁ ବିରୋଧ କରୁଥିଲେ। ଆମକୁ ମନେ ପକାଇଦେଉଛି ଯେ, କଂଗ୍ରେସ କିଭଳି ଭାବେ ଶାସନ କରୁଥିଲା। ଭାରତର ଜନତା ସମ୍ବିଧାନ ସମ୍ମାନ ଦିଅନ୍ତି। କିନ୍ତୁ କଂଗ୍ରେସ ଆକ୍ରମଣ କରୁଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳନୀର ୪୯ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି, ଗଣତନ୍ତ୍ରର ଏହି କଳାଦିନ ମନେ ରହିବ। କ୍ଷମତାରେ ରହିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ପ୍ରତ୍ୟେକ ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ଅବହେଳା କରିଛି ଏବଂ ଦେଶକୁ ଜେଲଖାନା କରିଦେଇଥିଲା। କଂଗ୍ରେସ ବିରୋଧରେ ଯାଉଥିବା ଲୋକଙ୍କୁ ନିର୍ଯାତନାର ଶିକାର ହେବାକୁ ପଡୁଥିଲା। ସବୁଠାରୁ ଦୁର୍ବଳ ଶ୍ରେଣୀକୁ ଟାର୍ଗେଟ କରାଯାଉଥିଲା। ଏଭଳି ମାନସିକତା ରଖିଥିବା ଲୋକଙ୍କୁ ସମ୍ବିଧାନ ପ୍ରତି ଭଲପାଇବାର କୌଣସି ଅଧିକାର ନାହିଁ।

Related Articles

Back to top button