ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଅଷ୍ଟ୍ରିୟା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଅଷ୍ଟ୍ରିୟା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦିନିଆ ଋଷ ଗସ୍ତ ଶେଷ କରି ସେ ପହଞ୍ଚିଛନ୍ତି ଭିଏନାରେ । ଏନେଇ ସାମାଜିକ ଗଣମାଧ୍ୟମ’ଏକ୍ସ’ରେ ପ୍ରକାଶ କରିବା ସହ ଅଷ୍ଟ୍ରିୟା ଚାନ୍ସୋଲରଙ୍କ ସହ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ ଏହି ଗସ୍ତକୁ ଏକ ସ୍ୱତନ୍ତ୍ର ଗସ୍ତ ଭାବେ ଉଲ୍ଲେଖ କରିଛନ୍ତି। ୪୧ ବର୍ଷର ବ୍ୟବଧାନ ପରେ କୌଣସି ପ୍ରଧାନମନ୍ତ୍ରୀ ଅଷ୍ଟ୍ରିୟା ଗସ୍ତ କରିଛନ୍ତି। ଏହି ଗସ୍ତ ଉଭୟ ଦେଶ ଲାଗି କୂଟନୀତିକ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ଏବେ ଦ୍ୱିପାକ୍ଷିକ ସମ୍ପର୍କର ୭୫ତମ ବର୍ଷ ପାଳନ କରୁଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଭିଏନା ଗସ୍ତ ଆଗକୁ କୂଟନୀତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବ୍ୟବସାୟକୁ ନୂଆ ରୂପ ଦେବ।

Related Articles

Back to top button