ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନରେନ୍ଦ୍ର ମୋଦୀ

ଦୁଇ ଦିନିଆ ମାଳଦ୍ୱୀପ ଯାତ୍ରାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ମଧ୍ୟରେ ଆନୁଷ୍ଠାନିକ ଆଲୋଚନା ହୋଇଛି । ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ମାଳଦ୍ୱୀପର ରାଜଧାନୀର ମାଲେ ପହଞ୍ଚିବା ପରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ମଧ୍ୟରେ ଆଲୋଚନାରେ ପ୍ରତିରକ୍ଷା ଓ ଆନୁସଙ୍ଗିକ ଢାଞ୍ଚା କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବାର୍ତ୍ତା ଦୁଇ ଦେଶ ମଧ୍ୟରେ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଉଛି ।

ପିଏମ ମୋଦୀ ପହଞ୍ଚିବାର କିଛି ଘଣ୍ଟା ପରେ ମୋଦୀଙ୍କୁ ରିପବ୍ଲିକ ସ୍କ୍ୱାୟରରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ଏହି ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଏହା ପରେ ଦୁଇ ନେତା ପ୍ରତିନିଧିମଣ୍ଡଳସ୍ତରୀୟ ବାର୍ତ୍ତା ପୂର୍ବରୁ ବୈଠକ କରିଛନ୍ତି । ଦ୍ୱିପାକ୍ଷିକ ସଂପର୍କରେ ଏହି ପରିବର୍ତ୍ତନ ପରିବର୍ତ୍ତନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ମୁଇଜ୍ଜୁଙ୍କ ଚୀନର ନିକଟତର ବୋଲି କୁହାଯାଏ । ୨୦୨୩ ନଭେମ୍ବରରରେ ମୁଇଜ୍ଜୁ ଇଣ୍ଡିଆ ଆଉଟ ଅଭିଯାନ ବଳରେ କ୍ଷମତାକୁ ଆସିଥିଲେ । ମୁଇଜ୍ଜୁଙ୍କ କାର୍ଯ୍ୟକାଳ ଆରମ୍ଭର କିଛି ମାସରେ ତାଙ୍କ ନୀତି କାରଣରୁ ଭାରତ ଓ ମାଳଦ୍ୱୀପ ସଂପର୍କରେ ତିକ୍ତତା ଆସିଥିଲା । ଶପଥ ନେବାର କିଛି ଘଣ୍ଟା ଭିତରେ ସେ ନିଜ ଦେଶରୁ ଭାରତୀୟ ସୈନ୍ୟ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏହା ପରେ ଭାରତ ସେନା କର୍ମଚାରୀଙ୍କ ବଦଳରେ ସାଦା କର୍ମଚାରୀ ମୁତୟନ କରିଥିଲା ।

Related Articles

Back to top button