ଫେବୃଆରୀ ୫ରେ ମହାକୁମ୍ଭରେ ସ୍ନାନ କରିବାକୁ ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ପ୍ରୟାଗରାଜରେ କରିବେନି ମହାସ୍ନାନ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳାରେ ଯୋଗ ଦେଇ ମହାସ୍ନାନ କରିଥାନ୍ତେ । ମାତ୍ର ମୋଦୀଙ୍କ ପ୍ରୟାଗରାଜ ଗସ୍ତ ବାତିଲ ହୋଇପାରେ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବାକୁ ଯିବେ ନାହିଁ। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ ଆଉ ଏକ ତାରିଖ ସ୍ଥିର କରାଯାଇପାରିବ। ତଥାପି ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।ମହାକୁମ୍ଭରେ ହୋଇଥିବା ବଡ଼ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କରିବାକୁଯାଇଥାନ୍ତେ । ମାତ୍ର ତାହା ବାତିଲ ହୋଇଛି ।

Related Articles

Back to top button