ପିଥୋରାଗଡ଼ର ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି

ପାର୍ବତୀ କୁଣ୍ଡରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ । ପିଥୋରାଗଡ଼ରେ ନମୋ ନମୋ ଜୀ ଶଙ୍କରା କହିଲେ ମୋଦି । ପିଥୋରାଗଡ଼ର ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । ସେ ପିଥୋରାଗଡ଼ର ପାର୍ବତୀ କୁଣ୍ଡରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରଖଣ୍ଡ ଗସ୍ତରେ ଯାଇଛନ୍ତି । ସେହିପରି ଆଦି-କୈଳାଶରେ ପହଞ୍ଚି ମଧ୍ୟ ପୂଜା କରିଛନ୍ତି ।

ସୂଚନା ଅନୁଯାୟୀ, ପିଥୋରାଗଡ଼ର ବିଭିନ୍ନ ଐତିହ୍ୟସ୍ଥଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଉତ୍ତରଖଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୪ ହାଜର ୨୦୦ କୋଟି ଟଙ୍କା ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ବିପ୍ରହରରେ ପହଞ୍ଚି ସେଠାରେ ଜାଗେଶ୍ଵର ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା କରିବା ସହିତ ଦର୍ଶନ କରିଛନ୍ତି । ଏହି ମନ୍ଦିର ସମୁଦ୍ର ପତନରୁ ୬୨୦୦ ଫୁଟ୍ ଉଚ୍ଚତାରେ ରହିଛି । ପ୍ରାୟ ୨୨୪ ଖଣ୍ଡ ପଥରରେ ଏହି ମନ୍ଦିର ନିର୍ମାଣ ହୋଇଛି।

Related Articles

Back to top button