ଯୁକ୍ତଦୁଇ ଆଡମିଶନ ପାଇଁ ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି ପାଇଛି । ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ତାରିଖ ଜୁନ ୨୦ରୁ ଜୁନ ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ଅଭିଭାବକଙ୍କ ଅନୁରୋଧ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଦଶ ଶ୍ରେଣୀ ପାଇଁ ସାମସ ପୋର୍ଟାଲ https://www.samsodisha.gov.in/ ଜରିଆରେ ଆବେଦନ ତାରିଖକୁ ଜୁନ ୨୬ରୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଥମ ପର୍ଯ୍ୟାୟ ଆଡମିଶନ ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଓ ଜୁଲାଇ ୨୨ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସମାପ୍ତ ହେବ ।

ସେହିପରି ଅନଲାଇନ୍ ସ୍ପଟ ଆଡମିଶନ ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ୨୭ରେ ସରିବ । ପରିବର୍ତ୍ତିତ ସୂଚୀ ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ସାମସ ପୋର୍ଟାଲ ଜରିଆରେ ୪ ଲକ୍ଷ ୬୩ ହଜାର ୫୦୦ ଜଣ ଆବେଦନକାରୀ ଯୁକ୍ତ ଦୁଇ / ଏକାଦଶ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଆବେଦନ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାଙ୍କ ପକ୍ଷରୁ ଏହି ତଥ୍ୟ ମିଳିଛି ।

Related Articles

Back to top button