ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି, ସୁପ୍ରିମ୍‌ କୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ,ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି। ଏହା ଉପରେ ବିଚାର ବିମର୍ଷ କରାଯାଉଛି। ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନର ବିଚାର ସମୟରେ କେନ୍ଦ୍ର ସରକାର ଏହା କହିଛନ୍ତି।
ଶୀର୍ଷକୋର୍ଟ ଆବେଦନକାରୀଙ୍କୁ ଏନେଇ ଅତିରିକ୍ତ ପ୍ରମାଣ ମଧ୍ୟ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି।

ରାମସେତୁ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରୁ ପାମ୍ବନ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରର ଏକ ଶୃଙ୍ଖଳା। ଏହାକୁ ଆଦାମ ସେତୁ ମଧ୍ୟ କୁହାଯାଏ ।

ଭାଜପା ନେତା ସ୍ବାମୀ କହିଛନ୍ତି ଯେ ସେ ପ୍ରଥମ ରାଉଣ୍ଡ ମକଦ୍ଦମା ଜିତିଛନ୍ତି, ଯାହା ଅଧୀନରେ କେନ୍ଦ୍ର ସରକାର ରାମସେତୁ ଅସ୍ତିତ୍ୱକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କ ଦାବି ଉପରେ ବିଚାର କରିବାକୁ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ୨୦୧୭ ରେ ଏକ ବୈଠକ ଡାକିଥିଲେ କିନ୍ତୁ ଏହା ପରେ କିଛି ଘଟି ନ ଥିଲା। ୟୁପିଏ ସରକାରର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ବିବାଦୀୟ ସେତୁସମୁଦ୍ରମ ଜଳପଥ ପ୍ରକଳ୍ପ ବିରୋଧରେ ରାମସେତୁକୁ ତାଙ୍କ ଜନସ୍ବାର୍ଥ ମାମଲାରେ ଜାତୀୟ ସ୍ମାରକୀ ଘୋଷଣା କରିବା ପୂର୍ବରୁ ଭାଜପା ନେତା ଏହାକୁ ଜାତୀୟ ଐତିହ୍ୟ ଘୋଷଣା ପ୍ରସଙ୍ଗ ଉଠାଇଥିଲେ।

Related Articles

Back to top button