ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଅକ୍ଟୋବର ୨୭ରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଥିରେ ୨୦ କୋଟି ଟଙ୍କା ଦାବି କରାଯାଇଛି। ପୁଲିସ କହିବାନୁଯାୟୀ, ଇମେଲରେ ୨୦ କୋଟି ଟଙ୍କା ନଦେଲେ ଗୁଳି ଚଳାଇବା ନେଇ ଧମକ ଦିଆଯାଇଛି। ମୁମ୍ବଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Related Articles

Back to top button