
ବିଶିଷ୍ଟ ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତି ଯିବେ ରାଜ୍ୟସଭା
ବିଶିଷ୍ଟ ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତି ଯିବେ ରାଜ୍ୟସଭା। ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତି ଜୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସାମାଜିକ କାର୍ଯ୍ୟ, ପରୋପକାର ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ଜୀଙ୍କ ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ରହିଛି। ରାଜ୍ୟସଭାକୁ ତାଙ୍କ ମନୋନୟନ ‘ନାରୀ ଶକ୍ତି’ର ଏକ ଦୃଢ ପ୍ରମାଣ, ଯାହା ଦେଶର ଭାଗ୍ୟ ନିର୍ଦ୍ଧାରଣରେ ମହିଳାଙ୍କ ଶକ୍ତି ଏବଂ ଦକ୍ଷତାର ଏକ ଉଦାହରଣ ମଧ୍ୟ।’’