ସରକାରୀ ଚାକିରିଆଙ୍କ ଅଧିକାର ନୁହେଁ ପ୍ରମୋସନ

ସରକାରୀ ଚାକିରୀକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ସରକାରୀ ଚାକିରିଆଙ୍କ ଅଧିକାର ନୁହେଁ ପ୍ରମୋସନ। ସମ୍ଵିଧାନର କୌଣସି ଭାଗରେ ଉଲ୍ଲେଖ କରାଯାଇନି ସରକାରୀ କର୍ମଚାରୀଙ୍କ ପ୍ରମୋସନ ଦେବାର ମାନଦଣ୍ଡ। ସରକାର ଏବଂ କାର୍ଯ୍ୟପାଳିକା ନିର୍ଦ୍ଧାରଣ କରିବେ ଏହାର ମାନଦଣ୍ଡ। ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାରଦିୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ।

ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ, ଭାରତରେ କୌଣସି ବି ସରକାରୀ କର୍ମଚାରୀ ପ୍ରମୋସନକୁ ନିଜର ଅଧିକାର କହିପାରିବେ ନାହିଁ। କାରଣ ସମ୍ବିଧାନରେ ଏହାକୁ ନେଇ କୌଣସି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ନାହିଁ। ସରକାର ଏବଂ କାର୍ଯ୍ୟପାଳିକା ରୋଜଗାରର ପ୍ରକୃତି ଏବଂ କର୍ମଚାରୀଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟକୁ ଆଧାର କରି ପ୍ରମୋସନ ପାଇଁ ସ୍ଵତନ୍ତ୍ର ନିଷ୍ପତି ନେବ। ତେବେ ପ୍ରମୋସନ ପାଇଁ ଗ୍ରହଣ କରାଯାଇଥିବା ନୀତି ସର୍ବଶ୍ରେଷ୍ଠ ପ୍ରାର୍ଥୀ ଚୟନ ପାଇଁ ଉପଯୁକ୍ତ କି ନାହିଁ ତାହା ନ୍ୟାୟପାଳିକା ନିର୍ଦ୍ଧାରଣ କରିପାରିବେ ନାହିଁ। ଗୁଜରାଟରେ ଜିଲ୍ଲା ନ୍ୟାୟଧୀଶ ଚୟନ ପାଇଁ ସୃଷ୍ଟି ହୋଇଥିବା ବିବାଦ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଏହି ରାୟ ଲେଖିବା ସମୟରେ ଜଷ୍ଟିସ୍ ପାରଦିୱାଲା କହିଛନ୍ତି ଯେ, ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ସଂସ୍ଥା ପ୍ରତି ବିଶ୍ଵସ୍ତ ହୋଇଯାଆନ୍ତି, ଏବଂ ପରବର୍ତ୍ତୀ ସମୟରେ ସଂସ୍ଥା ଠାରୁ ମଧ୍ୟ ଏଭଳି ବ୍ୟବହାର ଆଶା ରଖନ୍ତି। ହେଲେ ଯେଉଁଠି ପ୍ରମୋସନ ପାଇଁ ଯୋଗ୍ୟତା ଏବଂ ବରିଷ୍ଠତା ମଧ୍ୟରେ ପ୍ରଶ୍ନ ଉଠେ, ସେଠାରେ ଯୋଗ୍ୟତା ଉପରେ ଅଧିକ ଜୋର୍ ଦିଆଯାଏ।

Related Articles

Back to top button