ଶ୍ରୀହରିକୋଟାରୁ ମହାକାଶକୁ ୩ଟି ଉପଗ୍ରହର ଉତକ୍ଷେପଣ ସଫଳ: ଇସ୍ରୋ
PSLV-C 53 ସଫଳ ପରିକ୍ଷଣ: ୩ ଉପଗ୍ରହ କକ୍ଷପଥରେ ସ୍ଥାପିତ
ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ ୩ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ ପକ୍ଷରୁ ଟୁଇଟ କରାଯାଇଛି । ଏହି ତିନୋଟି ଉପଗ୍ରହ ସିଙ୍ଗାପୁରର ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚି ସାରିଛି ।
ISRO କହିଛି ଯେ ତିନୋଟି ବିଦେଶୀ ଉପଗ୍ରହ ନେଇ PSLV-C53 ଶ୍ରୀହାରିକୋଟା ସ୍ପେସ୍ ଷ୍ଟେସନ ଛାଡିଥିଲା । ଏହି PSLV ଏକ ସ୍ଥିର ପ୍ଲାଟଫର୍ମ ଭାବରେ ଅର୍ବିଟାଲ୍ ପରୀକ୍ଷାମୂଳକ ମଡ୍ୟୁଲ୍ (POEM) ସହିତ ପୃଥିବୀକୁ ପରିକ୍ରମା କରିବ । ISRO ଟ୍ୱିଟର ମାଧ୍ୟମରେ କହିଛି ଯେ ଏହି ମିଶନ ସଫଳତାର ସହିତ ସମାପ୍ତ ହୋଇଛି ।
PSLV ହେଉଛି ତୃତୀୟ ଜେନେରେସନର ଉପଗ୍ରହ ଯାହାକି ଭାରତର ସ୍ପେସ୍ ଏଜେନ୍ସି ଇସ୍ରୋ ଦ୍ୱାରା ବିକଶିତ ହୋଇଛି । ୧୯୯୪ ପରଠାରୁ ଏହା କ୍ରମାଗତ ଭାବରେ ମହାକାଶକୁ ଉପଗ୍ରହ ପଠାଉଛି । PSLV ଜୁନ୍ ୨୦୧୭ ପର୍ଯ୍ୟନ୍ତ କ୍ରମାଗତ ୩୯ ସଫଳ ମିଶନ କରିଥିଲା । କେବଳ ଏତିକି ନୁହେଁ, ଭାରତର ଉଭୟ ସଫଳ ମହାକାଶଯାନ – ଚନ୍ଦ୍ରଯାନ -୧ ଏବଂ ମଙ୍ଗଲୟାନ ୨୦୦୮ ମସିହାରେ PSLV ରୁ ସମ୍ପୂର୍ଣ୍ଣ ହୋଇଥିଲା। ମହାକାଶ ବିଜ୍ଞାନରେ ଭାରତ ଏକ ପ୍ରମୁଖ ଶକ୍ତି ହୋଇପାରିଛି। ଏକକାଳୀନ ୧୦ ଉପଗ୍ରହକୁ ମହାକାଶକୁ ପଠାଇପାରେ ଭାରତ। ଭାରତୀୟ ଟେକ୍ନୋଲୋଜିକୁ ଏବେ ବିଶ୍ବ ସ୍ୱୀକୃତି ମିଳୁଛି।