ଉଷା ସ୍କୁଲ ଅଫ ଆଥଲେଟିକ୍ସକୁ ଅବୈଧ ଅଭିଯୋଗ ଯୋଗୁ ପ୍ରେସ ମିଟରେ କାନ୍ଦିଲେ ଆଇଓଏ ସଭାପତି ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପିଟି ଉଷା ଦିଲ୍ଲୀରେ ଅନୁଷ୍ଠିତ ଏକ ପ୍ରେସ କନଫେରେନ୍ସରେ କାନ୍ଦି ପକାଇଥିଲେ । କେରଳର କୋଝିକୋଡରେ ତାଙ୍କ ଦ୍ୱାରା ନିର୍ମିତ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଅବୈଧ ଭାବେ ନିର୍ମାଣ କରିବା ଅଭିଯୋଗ ଆସିଛି । ଏକାଡେମୀର ଜମିରେ ସ୍ଥାନୀୟ ଗୁଣ୍ଡାଶ୍ରେଣୀର ଲୋକ ଅବୈଧ ନିର୍ମାଣ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏପରିକି ସେମାନେ ଏକାଡେମୀରେ ଥିବା ଝିଅମାନଙ୍କ ପ୍ରତି ଅସଭ୍ୟ ଆଚରଣ ପ୍ରଦର୍ଶନ କରୁଥିବା ଉଷା ଅଭିଯୋଗ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ୨୦୧୦ରେ କେରଳ ସରକାର ଉଷାଙ୍କୁ ଏହି ଏକାଡେମୀ ପାଇଁ ୩୦ ଏକର ଜମି ପ୍ରଦାନ କରିଥିଲେ । ରାଜ୍ୟସଭା ସଦସ୍ୟ ହେବା ପରଠାରୁ ମୋତେ ଟାର୍ଗେଟ କରାଯିବା ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଉଷା ନିକଟରେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିପକ୍ଷରେ କେହି ଛିଡା ହୋଇ ନ ଥିଲେ ।

Related Articles

Back to top button