ବଙ୍ଗୀୟ ମଡେଲଙ୍କ ରହସ୍ୟଜନକ ମୃତ୍ୟୁ, ଫ୍ଲାଟ୍‌ରୁ ମିଳିଲା ଝୁଲନ୍ତା ମୃତ ଦେହ

ବର୍ତ୍ତମାନ ବଙ୍ଗୀୟ ଏଣ୍ଟରଟେଣ୍ଟ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। କାହିଁକି ନା ପଲ୍ଲବୀ, ବିଦିଶା, ମଞ୍ଜୁସା, ସରସ୍ୱତୀଙ୍କ ପରେ ପୁଣି କୋଲକାତାରେ ଆଉ ଜଣେ ଜଣାଶୁଣା ମଡେଲଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ବାଂଶାଦ୍ରୋଣୀର ଏକ ଫ୍ଲାଟରୁ ମଡେଲଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ମଡେଲଙ୍କ ନାମ ପୂଜା ସରକାର । ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରଥିବା ନେଇ ପୁଲିସ ଅନୁମାନ କରୁଛି। ଏଯାଏଁ ଫ୍ଲାଟରୁ କୌଣସି ସୁସାଇଡ ନୋଟ ମିଳିନାହିଁ । ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରୁଛି ପୋଲିସ ।

ପୂଜା ଉତ୍ତର ୨୪ପ୍ରଗଣା ଗାଇଘାଟର ବାସିନ୍ଦା। ଗୋବରଡଙ୍ଗା ହିନ୍ଦୁ କଲେଜର ଛାତ୍ରୀ ପୂଜା ୬ ମାସ ତଳେ ବାଂଶଦ୍ରୋଣୀ ଥାନାର ଅପରପାଶ୍ୱର୍ରେ ଥିବା ଏକ ଆପାର୍ଟମେଣ୍ଟର ଭଡାରେ ରହୁଥିଲା। କୁହାଯାଉଛି କି ପୂଜାଙ୍କ ସହ ଅନ୍ୟ ଜଣେ ଯୁବତୀ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ପୂଜାଙ୍କ ଫ୍ଲାଟରେ ପାଟିତୁଣ୍ଡ ଶୁଣାଯାଇଥିଲା ବୋଲି ପଡୋଶୀ କହିଛନ୍ତି ।

ରାତିରେ ପୂଜା କବାଟ ବନ୍ଦ କରିଦେଇଥିଲେ। ଯେତେ ଡାକିଲେ ବି ଖୋଲି ନଥିଲେ। ଅନ୍ୟ ଯୁବତୀ ଜଣକ ବାଧ୍ୟ ହୋଇ ପଡ଼ୋଶୀଙ୍କୁ ଡାକିଥିଲେ। ସେମାନେ କବାଟ ଭାଙ୍ଗିବା ପରେ ଦେଖିଥିଲେ କି ପୂଜା ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲିପଡ଼ିଛନ୍ତି । ଏହି ସବୁ ପରେ ତୁରନ୍ତ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button