
ଅମରିନ୍ଦର ସିଂଙ୍କ ପତ୍ନୀ ପଟିଆଲା ଏମପି ପରିଣିତ କୌର କଂଗ୍ରେସରୁ ନିଲମ୍ବିତ
ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସର ପଟିଆଲାରୁ ଏମପି ଥିବା ପରିଣିତ କୌରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବିତ କରଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣିତ କୌରଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସହଯୋଗ କରୁଥିବାର ଅଭିଯୋଗ ଆସିଛି । କଂଗ୍ରେସର ଅନୁଶାସନ ସମିତି କାରଣ ଦର୍ଶାଅ ନୋଟିସ ଜାରି କରି କହିଛି କି ୩ ଦିନ ମଧ୍ୟରେ କୌର ଜବାବ ଦିଅନ୍ତୁ ଯେ ତାଙ୍କୁ ଦଳରୁ କହିଁକି ନିଲମ୍ବିତ କରାଯିବ ନାହିଁ ।