ସିଦ୍ଧୁ ମୁସେବାଲା ହତ୍ୟା ଘଟଣାରେ ସମ୍ପୃକ୍ତ ୪ ସାର୍ପ ସୁଟର୍‌ ପୁଲିସ ଏନ୍‌କାଉଣ୍ଟରରେ ନିହତ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସାର୍ପ ସୁଟର ପୁଲିସ ଗୁଳିରେ ନିହତ ହୋଇଛନ୍ତି ।

ଅଟାରୀ ସୀମା ନିକଟରେ ଥିବା ଏକ ହାଭେଲି ଭିତରେ ଏହି ସୁଟର୍‌ମାନେ ଲୁଚି ରହିଥିବା ପୁଲିସକୁ ସୂଚନା ମିଳିଥିଲା । ପ୍ରାୟ ୨ କିଲୋମିଟର ଧରି ପୁଲିସ ଘେରାଓ କରିବା ପରେ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲା । ମନପ୍ରୀତ୍‌ ଏବଂ ଜଗରୂପ ନାମକ ସୁଟର୍‌ଙ୍କ ସହ ତାଙ୍କର ୨ ଜଣ ସହଯୋଗୀଙ୍କର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି । ସେମାନେ ପାକିସ୍ତାନ ଫେରାର ହେବା ପାଇଁ ଅଟାରୀ ସୀମାରେ ଏହି ଘରେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହା ପାକିସ୍ତାନ ସୀମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ । ମନପ୍ରୀତ୍‌ ହିଁ ମୁସେବାଲାଙ୍କୁ ଗୁଳିକରି ହତ୍ୟା କରିଥିଲା ।

ସୁଟରମାନେ ଯେପରି ଖସି ନପାରନ୍ତି ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌କୁ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯିବା ସହ ସବୁ ରାସ୍ତାକୁ ସିଲ୍‌ କରାଯାଇଥିଲା । ପ୍ରାୟ ୫ ଘଣ୍ଟା ଧରି ଏହି ଏନ୍‌କାଉଣ୍ଟର ହୋଇଥିଲା ।

Related Articles

Back to top button