ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ କଟକ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ସ୍ଥାନାନ୍ତର କରାଗଲା । ଉନ୍ନତ ଜରୁରୀ ଚିକିତ୍ସା ସକାଶେ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଜୟପୁରରୁ କଟକ ସ୍ଥାନାନ୍ତର କରାଯାଇଛି । ଗତ ୨୧ ତାରିଖରେ ଦେହ ଅସୁସ୍ଥତା ଯୋଗୁଁ ଜୟପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଥାଉକି, କିଛି ଦିନ ତଳେ ଖାଦ୍ୟ ପାନୀୟରେ ଏପଟ ସେପଟ ସହ ଜ୍ୱର ହେବା ପରେ ଟିକେ ଅସୁସ୍ଥ ଅନୁଭବ କରି ଘରେ ଥିଲେ । କିନ୍ତୁ ରବିବାର ସକାଳ ଠାରୁ ଲଗାତର ଭାବେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Related Articles

Back to top button