ଗ୍ରାହକଙ୍କୁ ବର୍ଷକରେ ୧୫ଟି ସିଲିଣ୍ଡରରୁ ଅଧିକ ମିଳିବ ନାହିଁ: ଘରୋଇ ଗ୍ୟାସ୍ ସିଲିଣ୍ଡର ଲାଗି କୋଟା ଧାର୍ଯ୍ୟ

ନୂଆଦିଲ୍ଲୀ: ଘରୋଇ  ଗ୍ୟାସ୍ ସିଲିଣ୍ଡର ସଂଖ୍ୟାକୁ ନେଇ ନିୟମ ବଦଳି ଯାଇଛି। ଏବେ ଘରୋଇ ଗ୍ରାହକଙ୍କ ଲାଗି ବାର୍ଷିକ ସିଲିଣ୍ଡର ସଂଖ୍ୟା ଫିକ୍ସ କରାଯାଇଛି। ନୂଆ ନିୟମ ଅନୁସାରେ ଗ୍ରାହକ ବର୍ଷକରେ ଅତି ବେଶିରେ ୧୫ଟି ସିଲିଣ୍ଡର ନେଇ ପାରିବେ। କୌଣସି ଗ୍ରାହକଙ୍କୁ ବର୍ଷକରେ ୧୫ଟି ସିଲିଣ୍ଡରରୁ ଅଧିକ ମିଳିବ ନାହିଁ। ସେହିପରି ଗ୍ରାହକ ବିଶେଷ ପରିସ୍ଥିତିରେ ଗୋଟିଏ ମାସରେ ୨ଟି ସିଲିଣ୍ଡର ନେଇପାରିବାର ନିୟମ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦେଶରେ ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ଲାଗି ମାସିକ ଅଥବା ବାର୍ଷିକ ସିଲିଣ୍ଡରର ଧାର୍ଯ୍ୟ କୋଟା ନଥିଲା। ତେବେ ସବସିଡି ଉପଲବ୍ଧ କରୁଥିବା ଗ୍ରାହକଙ୍କୁ ବାର୍ଷିକ ୧୨ଟି ସିଲିଣ୍ଡର ମିଳୁଥିଲା। ଯଦି ଅଧିକ ସିଲିଣ୍ଡର ନେଉଥିଲେ ସବସିଡି ମିଳୁନଥିଲା। ରିପୋର୍ଟ ଅନୁସାରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ରେସନିଂ ପାଇଁ ସଫ୍ଟୱେରରେ ପରିବର୍ତ୍ତନ କରାଯାଇଛି। ରାସନିଂ ଅନୁସାରେ ଗୋଟିଏ କନେକ୍ସନରେ ମାସିକ ଅଧିକରୁ ଅଧିକ ୨ଟି ସିଲିଣ୍ଡର ମିଳିପାରିବ।

ବର୍ଷକରେ ଘରୋଇ ଗ୍ରାହକଙ୍କୁ ୧୫ଟି ସିଲିଣ୍ଡରରୁ ଅଧିକ ମିଳିବ ନାହିଁ। ସେହିପରି ଏକ୍ସଟ୍ରା ରିଫିଲ ପାଇଁ କଞ୍ଜ୍ୟୁମରଙ୍କୁ କମ୍ପାନୀ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିବ। ଅନ୍ୟପକ୍ଷରେ ୧ ଅକ୍ଟୋବରରୁ ଗ୍ୟାସ ସିଲିଣ୍ଡର ମହାଙ୍ଗା ହୋଇପାରେ ବୋଲି ଆକଳନ କରାଯାଉଛି। ଅକ୍ଟୋବର ପହିଲା ଦିନ ହେବାକୁଥିବା ପ୍ରାକୃତିକ ଗ୍ୟାସର ମୂଲ୍ୟ ସମୀକ୍ଷା ବୈଠକରେ ଦରବୃଦ୍ଧି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି।

Related Articles

Back to top button