ସମରାଭ୍ୟାସରେ ଭାଗ ନେବେ ରାଫେଲ, ମିରେଜ୍-୨୦୦୦, ସୁଖୋଇ-୩୦ ।

କାଲି ଭାରତୀୟ ବାୟୁସେନାର ସମରାଭ୍ୟାସ । ସମରାଭ୍ୟାସରେ ଭାଗ ନେବେ ରାଫେଲ, ମିରେଜ୍-୨୦୦୦, ସୁଖୋଇ-୩୦ । ଭାରତ-ପାକିସ୍ତାନ ସୀମାର ମରୁଭୂମି ଅଞ୍ଚଳରେ ସମରାଭ୍ୟାସ କରାଯିବ । ବାୟୁ ସେନା ପାଖରେ ଥିବା ଅନ୍ୟ ଲଢ଼ୁଆ ବିମାନ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବେ ।NOTAM ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ର ମାନଦଣ୍ଡ ଅନୁଯାୟୀ ଜାରି କରାଯାଏ ଏବଂ ଉଡ଼ାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସୋମବାର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି।

ଆସନ୍ତାକାଲି ଦେଶର ୨୪୪ଟି ଜିଲ୍ଲାରେ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ମକ୍ ଡ୍ରିଲ୍ କରାଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନାଗରିକମାନଙ୍କୁ ତାଲିମ ଦେବାକୁ ଏହି ମକ ଡ୍ରିଲ କରାଯିବ । ମକ୍ ଡ୍ରିଲରେ ସାଇରନ୍ ପରୀକ୍ଷା ଏବଂ ବ୍ଲାକଆଉଟ୍ ପରିଚାଳନା ଅଭ୍ୟାସ ଅନ୍ତର୍ଭୁକ୍ତ । ୫୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ମକ୍ ଡ୍ରିଲ୍ କରାଯାଉଛି। ପୂର୍ବରୁ ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ବଡ଼ ଧରଣର ମକ୍ ଡ୍ରିଲ୍ କରାଯାଇଥିଲା ।

Related Articles

Back to top button