ରାହୁଲ ହସ୍ପିଟାଲରୁ ଡିସଚାର୍ଜ ହେଲେ, ଦୀର୍ଘ ୧୦୮ଘଣ୍ଟାର ରେସକ୍ୟୁ ଅପରେଶନ ପରେ ବୋରୱେଲରୁ ଉଦ୍ଧାର ହୋଇ ୧୨ଦିନ ହେବ ଚିକତ୍ସିତ ହେଉଥିଲେ

ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ଏବେ ତାଙ୍କ ମୁହଁରେ ପୁଣି ହସ ଫୁଟିଛି । ଦୁନିଆକୁ ପୁନର୍ଜୀବନ ପାଇ ଫେରିବା ପରେ ରାହୁଲ ହସୁଥିବା ଦେଖିବାକୁ ମିଳିଛି ।

ରାହୁଲଙ୍କୁ ସ୍ୱାଗତ ଓ ସମର୍ଦ୍ଧନା ପାଇଁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଖୋଦ ଝାଂଜଗିର ଚମ୍ପା ଜିଲାପାଳ ଜିତେନ୍ଦ୍ର ଶୁକ୍ଳା ଆପୋଲୋ ହସ୍ପିଟାଲ ପହଞ୍ଚୀ ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ରାହୁଳଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ।

ପରେ ରାହୁଲ ଗାଁ ମାଟିକୁ ଫେରୁଛନ୍ତି ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ୧୦୮ ଘଣ୍ଟା ର ଜୀବନ ସଂଗ୍ରାମ ପରେ ଛତିଶଗଡ଼ର ଜାଞ୍ଜଗୀର ଚମ୍ପା ଜିଲ୍ଲାର ପିରହିତ ଗାଁରେ ବୋରୱେଲରୁ ଉଦ୍ଧାର ହୋଇଥିଲେ ୧୨ ବର୍ଷର ନାବାଳକ ରାହୁଲ । ଡାକ୍ତରଖାନାରେ ଚିକିତ୍ସିତ ହେବା ୧୨ଦିନ ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ସୁଧାର ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି ।

ଗତ ୧୪ ତାରିଖରୁ ଆପୋଲୋ ମେଡିକାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ । ମେଡିକାଲରେ ଜାଞ୍ଜବୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ । ଡିସଚାର୍ଜ ହୋଇ ନିଜ ଘରକୁ ଯିବେ ରାହୁଲ । ବୋରୱେଲରେ ପଡି ୫ ଦିନ ଫଶି ରହିଥିଲେ ରାହୁଲ । ରାହୁଲ ହସ୍ପିଟାଲରେ ଚଲାବୁଲା କରିବା ସହିତ ବେଡରେ ମୋବାଇଲ ଦେଖି ଗୀତ ଶୁଣୁଥିବା ଦେଖିବାକୁ ମିଳିଥିଲା ।

Related Articles

Back to top button