ଏପ୍ରିଲ ୨୫ରେ ପାଟନା କୋର୍ଟରେ ହାଜର ହେବା ପାଇଁ ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ମୋଦି ସରନେମକୁ ନେଇ ବିବାଦ ରାହୁଲଙ୍କ ପିଛା ଛାଡୁନି । ଏହି ବିବାଦକୁ ନେଇ ପ୍ରଥମେ ସଜା, ପରେ ସଦସ୍ୟତା ରଦ୍ଦ । ଏତେ ସବୁ ପରେ ବି ବିବାଦ ଥମିନି । ଏବେ ପାଟଣା ହାଇକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୫ରେ ରାହୁଲ ପାଟନା କୋର୍ଟରେ ହାଜର ହେବା ପାଇଁ ନୋଟିସ ଆସିଛି ।
ମୋଦି ସରନେମକୁ ନେଇ ରାହୁଲ ଗାନ୍ଧିଙ୍କ ଓକିଲ ଏବଂ ବିଜେପି ସାଂସଦ ସୁଶୀଲ ମୋଦିଙ୍କ ଓକିଲଙ୍କ ମଧ୍ୟରେ ବୁଧବାର କୋର୍ଟରେ ଯୁ୍କ୍ତି ହୋଇଥିଲା ।

ରାହୁଲ ଏପ୍ରିଲ ୨୫ ତାରିଖରେ ପାଟନା ସିଭିଲ କୋର୍ଟରେ ଥିବା ଏମପି ଏମଏଲଏ କୋର୍ଟରେ ହାଜର ହେବେ ।ରାହୁଲ ଗାନ୍ଧିଙ୍କ ବିରୋଧରେ ମୋଦି ସରନେମ ମାମଲା ସୁଶୀଲ ମୋଦି ପାଟନା କୋର୍ଟରେ ଦାଏର କରିଥିଲେ । ରାହୁଲ ବୁଧବାର ହାଜର ହେବାର ଥିଲା । ହେଲେ ସ ପହଞ୍ଚି ନ ଥିଲେ । ରାହୁଲଙ୍କ ଓକିଲ ଏପ୍ରିଲ ୨୫ ପର୍ଯ୍ୟନ୍ତ ସମୟ ମାଗିଥିଲେ ।

ରାହୁଲଙ୍କ ଓକିଲ କହିଥିଲେ ଯେ ତାଙ୍କୁ ଗୁରୁବାର କେରଳର ଅଦାଲତରେ ହାଜର ହେବାର ଥିବାରୁ ତାଙ୍କୁ ଛୁଟି ଦିଆଯାଉ । ଦୁଇ ପକ୍ଷର ଓକିଲଙ୍କ   ଯୁକ୍ତିକୁ ଶୁଣିବା ପରେ କୋର୍ଟ ତାଙ୍କୁ ଏପ୍ରିଲ ୨୪ ତାରିଖ ସମୟ ଦେଇଛନ୍ତି ।

ଅନ୍ୟପକ୍ଷେ ସୁଶୀଲ ମୋଦିଙ୍କ ଓକିଲ ଦାବି କରିଥିଲେ ଯେ ଯଦି ରାହୁଲ ୨୫ ଏପ୍ରିଲରେ ନ ହୁଅନ୍ତି ତେବେ ତାଙ୍କର ବେଲ ବଣ୍ଡକୁ ବାତିଲ କରି ଦିଆଯବା ଦରକାର ।

ସୂଚନାଥାଉ କି, ୨୦୧୯ରେ ରାହୁଲ ଗାନ୍ଧିଙ୍କ ମୋଦି ସରନେମ ଉପରେ ଦେଇଥିବା ବୟାନକୁ ନେଇ ସାଂସଦ ସୁଶୀଲ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ରାହୁଲ ସରେଣ୍ଡର କରିଥିଲେ ଏବଂ ପରେ ତାଙ୍କୁ ଜାମିନ ମିଳିଥିଲା ।

Related Articles

Back to top button